ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ

0

କଟିହାର : ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ଦୁର୍ବୃତ୍ତମାନଙ୍କ ଢେଳାପଥର ମାଡ଼ ଘଟଣା ପୁଣିଥରେ ଘଟିଛି। ଶୁକ୍ରବାର ବିହାରର କଟିହାର ଅଞ୍ଚଳରେ ନ୍ୟୁ ଜଲପାଇଗୁଡ଼ି-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉପରେ ଢେଲାମାଡ଼ ହୋଇଥିଲା। ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ କୋଚ୍ ନମ୍ବର ସି-୬ର ଗୋଟିଏ ଝରକା କାଚ ନଷ୍ଟ ହୋଇଯାଇଛି।

ଟ୍ରେନ୍‌ଟି ଡାଲଖୋଲା-ଟେଲଟା ରେଳଷ୍ଟେସନ ଅତିକ୍ରମ କରିବା ବେଳେ କଟିହାରର ବଳରାମପୁର ଅଞ୍ଚଳରେ ଦୁର୍ବୃତ୍ତମାନେ ଢେଲାପଥର ମାଡ଼ କରିଥିଲେ। ଏହା ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଢେଲାପଥର ମାଡ଼ ହେବାର ତୃତୀୟ ଘଟଣା ଏବଂ ବିହାରରେ ଘଟିଥିବା ଦ୍ବିତୀୟ ଘଟଣା। ଏହା ଉପରେ ରେଳ ବିଭାଗ ତଦନ୍ତ ଆଦେଶ ଦେଇଛି। ଦୁର୍ବୃତ୍ତମାନେ ଧରାପଡ଼ିଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.