ପୁଣି ଏଲନ ମସ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା
ୱାସିଂଟନ୍: ସେ ‘ଟୁଇଟର୍’ ମୁଖ୍ୟ ପଦବୀରୁ ଓହରି ଯିବା ଉଚିତ କି? ବୋଲି ସଦ୍ୟତମ ଟୁଇଟ୍ରେ ‘ଟୁଇଟର୍’ର ‘ସିଇଓ’ ଏଲନ୍ ମସ୍କ୍ ଜନମତ ଲୋଡ଼ିଛନ୍ତି। ଜନମତ ଫଳାଫଳକୁ ଆଧାର କରି ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମଧ୍ୟ ସେ କହିଛନ୍ତି।
ଆଜି ଟୁଇଟ୍ କରି ସେ ଲେଖିଛନ୍ତି: ମୁଁ ‘ଟୁଇଟର୍’ର ମୁଖ୍ୟ ପଦବୀରୁ ଓହରି ଯିବି କି? ଜନମତର ଫଳାଫଳକୁ ମୁଁ ସ୍ବୀକାର କରିବି। ତା’ରେ ଆଉ ଏକ ସତର୍କତାମୂଳକ ଟୁଇଟ୍ରେ ସେ ଲେଖିଛନ୍ତି: କଥାରେ ଅଛି, ମନ ନେଇ ଫଳ। ତେଣୁ, ମନ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ଜନମତ ଶେଷ ହେବାକୁ ଆଉ ୧୦ ଘଣ୍ଟା ବାକି ଅଛି।
ବେଶୀ ଦିନ ପାଇଁ ସେ ‘ଟୁଇଟର୍’ର ‘ସିଇଓ’ ପଦବୀରେ ରହିବାକୁ ଚାହାନ୍ତି ନାହିଁ ବୋଲି ପୂର୍ବରୁ ମସ୍କ୍ଙ୍କ କହିବାରୁ ଆଭାସ ମିଳୁଥିଲା ଯେ, ଏ ପଦବୀରେ ସେ ଅନ୍ୟ କାହାକୁ ରଖିବେ। ଏଲନ୍ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟରେ ଅବହେଳା କରୁଛନ୍ତି ବୋଲି ଏବେ ତୀବ୍ର ସମାଲୋଚନାର ସରବ୍ୟ ହେଉଛନ୍ତି। ବିଶେଷକରି, ପ୍ରମୁଖ ‘ଟେସ୍ଲା’ ସେୟାର୍ହୋଲ୍ଡର୍ମାନେ ତାଙ୍କୁ ସମାଲୋଚନା କରୁଛନ୍ତି।