ପୁଣି ଶ୍ରୀମନ୍ଦିରରେ ଦଳଚକଟା

0

ପୁରୀ(ଆମ ଟିଭି): ପୁଣି ଶ୍ରୀମନ୍ଦିରରେ ଅଘଟଣ । ବଡ଼ ଦେଉଳର ପଶ୍ମିମ ଦ୍ୱାର ସେଡ୍ ଭିତରେ ଆଜି ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ଏଥିରେ କିଛି ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଭିଡ ଅଧିକ ଥିବାରୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିନଥିଲା ।

ଶ୍ରୀମନ୍ଦିରରେ ଆଜି ଜଗା ଦର୍ଶନ ପାଇଁ ସକାଳୁ ଭିଡ ଲାଗିଥିଲା । ସବୁଦିନ ଭଳି ପୂର୍ବ ଓ ପଶ୍ଚିମ ଦ୍ୱାର ଦେଇ ଭକ୍ତମାନେ ପର୍ୟ୍ୟାୟ ପ୍ରବେଶ କରୁଥିବା ବେଳେ ଏହିଭଳି ସ୍ଥିତି ଉପୁଜିଥିଲା । ଅନେକ ଭକ୍ତ ଆହତ ହୋଇଥିବାବେଳେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.