ପୁଣି ଗଗନ ଯାନ ସଫଳ

0

ସବୁ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ରଚିଛି। ଆଜି ସକାଳେ ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।

ଆଜି ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ ସଫଳ ପରୀକ୍ଷଣ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛି। ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ସେ କହିଛନ୍ତି। ଫଳରେ ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ଓ ସୂର୍ଯ୍ୟ ମିଶନ ପରେ ଗଗନଯାନ ମିଶନ ବି ସଫଳ ହୋଇଛି। ଏଥିଯୋଗୁ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଖେଳି ଯାଇଛି।

ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିଲା କ୍ୟୁ ମଡେଲ। ସମୁଦ୍ର ମଝିରେ ଖସିଲା ମାନବବିହୀନ କ୍ୟୁ ମଡେଲ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା କରାଯାଇଛି। ଏଥିନିମନ୍ତେ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ଅଧ୍ୟକ୍ଷ ।

Leave A Reply

Your email address will not be published.