ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଦି

0

ବର୍ଦ୍ଧମାନ(ପଶ୍ଚିମବଙ୍ଗ): ଲାଇଫ ଇନ୍ସୁରାନ୍ସ କର୍ପୋରେଶନ ତଥା ଜୀବନ ବୀମା ନିଗମ ଏବଂ ଜାତୀୟ ବ୍ୟାଙ୍କରେ ଲୋକେ ଜମା କରୁଥିବା ଅର୍ଥକୁ ବିଜେପି ଉଠାଇ ଦଳୀୟ ନେତାଙ୍କ ସ୍ୱାର୍ଥରେ ବ୍ୟବହାର କରୁଛି। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବବର୍ଦ୍ଧମାନ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ମମତା ଯୋଗ ଦେଇ ବିଜେପି ଶାସିତ କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ। ମମତା କହିଥିଲେ ଯେ, ବୁଧବାର ବଜେଟ ଉପସ୍ଥାପନ ପରେ ସେୟାର ମାର୍କେଟ ଦ୍ରୁତଗତିରେ ହ୍ରାସ ପାଇଛି। ବଜେଟ ଆଖି ଦୃଶିଆ ହୋଇ ନଥିବାରୁ ସେୟାର ମାର୍କେଟରେ ବଡ଼ଧରଣର ଘାଟା ହୋଇଛି। ବଜେଟରେ କେବଳ ମିଛ କଥା କୁହାଯାଇଛି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସେ କହିଛନ୍ତି ଯେ, କେନ୍ଦ୍ର ବଜେଟ୍ ଜନ ବିରୋଧୀ ଏବଂ ଏଥିରେ ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଇନାହିଁ। ଆୟକର ସ୍ଲାବରେ ପରିବର୍ତ୍ତନ କରି କାହାକୁ ଲାଭ ମିଳିବ ନାହିଁ ବୋଲି ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, “ଏହି କେନ୍ଦ୍ରୀୟ ବଜେଟ୍ ସଂପୂର୍ଣ୍ଣ ସୁବିଧାବାଦୀ ଓ ଲୋକ ବିରୋଧୀ ।

Leave A Reply

Your email address will not be published.