ପୁଣି ଫିଲ୍ମ କନ୍ତାରା କୁ ନେଇ ବିବାଦ
ହାଇଦ୍ରାବାଦ(ଆମ ଟିଭି): ଦେଶ ଧୁମ୍ ମଚାଇଛି ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ‘କନ୍ତାରା’। ନିକଟରେ ହିନ୍ଦୀ ଭର୍ସନରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଲଗାତାର ଧମାଲ କରି ଚାଲଇଛି। ଫିଲ୍ମର ବ୍ୟବସାୟ ମଧ୍ୟ ଅନ୍ୟ ବଡ ବଡ ଫିଲ୍ମକୁ ପଛରେ ପକାଇ ସାରିଲଣି। ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ବିବାଦ ମୁଣ୍ଡ ଟେକିଛି।
ଫିଲ୍ମରେ ପ୍ରଦର୍ଶିତ ଏକ ଧାର୍ମିକ ମାନ୍ୟତାକୁ ନେଇ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ଏହାକୁ ନେଇ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ କନ୍ନଡ ଅଭିନେତା ଚେତନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ହିନ୍ଦୁ ଜାଗରଣ ବେଦିକ୍ କନ୍ନଡ ଅଭିନେତା ଚେତନଙ୍କ ବିରୋଧରେ ଉଡୁପି ଜିଲ୍ଲାରେ କଥିତ ରୂପେ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ପୁଲିସରେ ମାମଲା ରୁଜୁ କରିଛି। ଏନେଇ ପୁଲିସ ସୂଚନା ଦେଇଛି।