ଆଉ ଗୋଟାଏ ଦିନ ବଢ଼ିଲା କଟକ ବାଲିଯାତ୍ରା

0

କଟକ :ଐତିହାସି କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଲା। ବାଲିଯାତ୍ରା ବୁଧବାର ଶେଷ ହେବାର ଥିଲା। କିନ୍ତୁ ନୂଆ ନିଷ୍ପତ୍ତି ପ୍ରକାରେ ଏହା ଗୁରୁବାର ଶେଷ ହେବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବା ପାଇଁ କଟକ ମେୟରଙ୍କ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ଦିନ ବଢ଼ାଇବାକୁ ସମ୍ମତି ପ୍ରକାଶ କରିଥିଲେ।

ବାଲିଯାତ୍ରା ସାଧାରଣତଃ ୮ ଦିନ ହୋଇଥାଏ। ତେବେ ଏଥର ଏହାକୁ ୯ ଦିନ କରାଯାଇଥିଲା। କିନ୍ତୁ ଆଜିର ନିଷ୍ପତ୍ତି ପରେ ଚଳିତ ବର୍ଷ ବାଲିଯାତ୍ରା ୧୦ ଦିନରେ ଶେଷ ହେବ।

 

Leave A Reply

Your email address will not be published.