ପୁଣି ଲୋକସେବା ଭବନରେ ନିଆଁ

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆଜି ପୁଣି ଅଗ୍ନିକାଣ୍ଡ ଘଟିଛି। ଏସ୍‌ସି/ଏସ୍‌ଟି ବିଭାଗ ଛାତ ଉପରେ ଥିବା ଏସି କଂପ୍ରେସରରେ ନିଆଁ ଲାଗିଥିବା ସୂଚନା ମିଳିଛି । କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ଏଥିସହ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।

ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଗତ ୩ ତାରିଖରେ ମଧ୍ୟ ଲୋକସେବା ଭବନରେ ଅଗ୍ନିକାଣ୍ଡ ଘଟିଥିଲା। ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଇଥିଲା।

Leave A Reply

Your email address will not be published.