ପୁଣି ଉପ ରାଜ୍ୟପାଳ ଓ ଦିଲ୍ଳୀ ସରକାର ମୁହାଁମୁହିଁ

0

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ ସରକାରଙ୍କ ଅଡୁଆ ବଢ଼ାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ପ୍ରଥମେ ଅବକାରୀ ନୀତି ଓ ଶିକ୍ଷା ପରେ ଏବେ ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍‌ସେନା।

ନିକଟରେ ବିଦ୍ୟୁତ୍ ବିତରଣ କମ୍ପାଦୀଗୁଡିକୁ ସବ୍‌ସିଡି ରାଶି ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ଏବେ ଉପରାଜ୍ୟପାଳ ବିନୟ କୁମାର ସାକ୍‌ସେନା ମୁଖ୍ୟ ଶାସନ ସଚିବଙ୍କୁ ଏହି ଅଭିଯୋଗର ତଦନ୍ତ କରିବାକୁ କହିଛନ୍ତି। ୭ ଦିନ ଭିତରେ ଏହାର ରିପୋର୍ଟ ଦେବାକୁ ଶାସନ ସଚିବଙ୍କୁ କହିଛନ୍ତି ଉପରାଜ୍ୟପାଳ।

ଉପରାଜ୍ୟପାଳଙ୍କ ମୁତାବକ, ବିଦ୍ୟୁତ ସବ୍‌ସିଡି ମାମଲାରେ ବଡ ଦୁର୍ନୀତି ହୋଇଥିବା ନେଇ ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଆମ୍‌ ଆଦମୀ ପାର୍ଟିର ମୁଖପାତ୍ର ତଥା ଡାଏଲଗ୍‌ ଆଣ୍ଡ ଡେଭଲପମେଣ୍ଟ କମିଶନର ଉପାଧ୍ୟକ୍ଷ ଯସ୍ମୀନ ଶାହ ଓ ଆପ୍‌ ସାଂସଦ ଏନ୍‌ଡି ଗୁପ୍ତାଙ୍କ ପୁଅ ନବୀନ ଗୁପ୍ତାଙ୍କୁ ବିଆର୍‌ପିଏଲ୍‌ ଓ ବିୱାଇପିଏଲ୍‌ରେ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଏ ଦୁଇ ଜଣ ହିଁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏହି ଡିସ୍‌କମ୍‌ କମ୍ପାନୀ ଅନୀଲ ଅମ୍ବାନୀ ଗ୍ରୁପର, ଯେଉଁଥିରେ ଦିଲ୍ଲୀ ସରକାର ୪୯% ପ୍ରତିଶତର ଭାଗିଦାରୀ ଅଛନ୍ତି।

Leave A Reply

Your email address will not be published.