ପୁଣି କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଜ୍ୟପାଳ

0

କୋଚି:  ପୁଣି ଚର୍ଚ୍ଚାରେ କେରଳ ମୂଖ୍ୟମନ୍ତ୍ରୀ  ଓ ରାଜ୍ୟପାଳ ବିବାଦ । କେରଳରେ ପୁଣି ଘନେଇଲା ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ବିବାଦ। ଶାରିରୀକ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ନେଇ ଆକ୍ଷେପ କରିଛନ୍ତି ରାଜ୍ୟପାଳ।

ଦିଲ୍ଲୀ ଗସ୍ତରେ ବାହାରିବାବେଳେ ରାଜ୍ୟପାଳଙ୍କ କାରକେଡକୁ ଅଟକାଇଥିଲେ ଏସଏଫଆଇ ସଂଗଠନର ସଦସ୍ୟ। ଏହାସହ କିଛି ସ୍ଥାନରେ କଳାପତାକା ପ୍ରଦର୍ଶନ କରିଥିଲେ ।ତିରୁବନନ୍ତପୁରମରେ ଦିଲ୍ଲୀ ଯାତ୍ରା ପାଇଁ ରାଜ୍ୟପାଳ ବାହାରିବାବେଳେ ସିପିଆଇର ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ SFIର ସଦସ୍ୟ ରାଜ୍ୟପାଳଙ୍କ ଗାଡିକୁ ଅଟକାଇଥିଲେ ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ତାଙ୍କୁ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିବା ସହ ଏହି ଘଟଣାର ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କୁ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାକୁ ଏହି ଲୋକମାନଙ୍କୁ ପଠାଇଥିବା ସେ କହିଥିଲେ । ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଧ୍ବସ୍ତ ହୋଇଗଲାଣି ବୋଲି କହିଥିଲେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ମୁଖ୍ୟମନ୍ତ୍ରୀଙ୍କ କାର ନିକଟକୁ କଣ କେହି ଯିବା ସମ୍ଭବ ବୋଲି ପଚାରିଥିଲେ ରାଜ୍ୟପାଳ ।

Leave A Reply

Your email address will not be published.