ପୁଣି ଚର୍ଚ୍ଚାରେ କେରଳ ରାଜ୍ୟପାଳ

0

ଥିରୁଅନନ୍ତପୁରମ:  ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ଆଜି ରାଜଭବନ ଯାଏ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ସୋମବାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଗୋଟିଏ ଗେଷ୍ଟ ହାଉସରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ହେଲେ ଏହି ସମୟରେ ସେ ଦୁଇ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସାମ୍ବାଦିକଙ୍କ ପ୍ରତି ରାଜ୍ୟପାଳଙ୍କ ଏପରି ଆଚରଣକୁ ଆଜି କାର୍ଯ୍ୟରତ ସମସ୍ତ ସାମ୍ବାଦିକ ବିରୋଧ କରିଛନ୍ତି।

ମାଲାୟଲମ ଭାଷାରେ ଖବର ପ୍ରସାରଣ କରୁଥିବା ଦୁଇ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲର ପ୍ରତିନିଧିଙ୍କୁ ରାଜ୍ୟପାଳ ତାଙ୍କ କାର୍ଯ୍ୟକ୍ରମରେ ବହିଷ୍କାର କରିଥିଲେ। ଏହି ଦୁଇ ଚ୍ୟାନେଲ କୁଆଡ଼େ କ୍ଷମତାସୀନ ପିନରାୟୀ ବିଜୟନଙ୍କ ସପକ୍ଷରେ ଖବର ଦେଉଛନ୍ତି। ତେଣୁ ସେହି ଦୁଇ ଚ୍ୟାନେଲର ପ୍ରତିନିଧିଙ୍କୁ ରାଜ୍ୟପାଳ ନିଜ କାର୍ଯ୍ୟକ୍ରମରୁ ବାହାରି ଯିବାକୁ କହିଥିଲେ। ଏହାର ଭିଡିଓ ମଧ୍ୟ ଏଏନଆଇ ପକ୍ଷରୁ ଶେୟାର କରାଯାଇଛି

Leave A Reply

Your email address will not be published.