ନୂଆଦିଲ୍ଲୀ (ଆମ ଟିଭି): ପୁଣି ହିରୋ ସାଜିଲେ ମହମ୍ମଦ ସାମି। ଦୁର୍ଘଟଣାଗ୍ରସ୍ତ କାରରେ ଫସି ରହିଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସାମି । ଅନ୍ୟର ଜୀବନ ବଞ୍ଚାଇଥିବାରୁ ଖୁସିଥିବା ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କଲେ ପୋଷ୍ଟ ।
ରବିବାର ସକାଳୁ ଉତ୍ତରାଖଣ୍ଡ ନୈନିତାଲର ପାହାଡି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା, ଗାଡି ଭିତରେ ଫସି ରହିଥିଲେ ଡ୍ରାଇଭର । ଏହି ସମୟରେ ଭାରତୀୟ କ୍ରିକେଟର ସାମି ଏହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଘଟଣା ସ୍ଥଳରେ ଅଟକିଥିଲେ । ନିଜ ସହଯୋଗୀ ମାନଙ୍କ ସହ ଦୁର୍ଘଟଣାଗ୍ରସ୍ତ କାରରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି ସାମି ।