ପୁଣି ଅପରାଜିତା ବାଣ

0

ଭୁବନେଶ୍ୱର :ସପ୍ତାହେ ତଳେ ଦଳୀୟ ଅଫିସରେ ସାମ୍ବାଦିକ ସମ୍ମିଳନୀ କରି 5T ସଚିନ ଙ୍କ ନାଁ ନନେଇ ତାଙ୍କୁ ତଥା ରାଜ୍ୟର ଶାସନ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରବିବାର ଏକ ଟ୍ୱିଟ କରି 5T ସଚିବଙ୍କ ପାଇଁ ହେଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଛନ୍ତି ପ୍ରଶ୍ନ।

ଏହି ଟ୍ୱିଟରେ ସେ ଏକ ସରକାରୀ ନିର୍ଦ୍ଦେଶନାମାକୁ ପୋଷ୍ଟ କରିଛନ୍ତି। ଏଥିରେ 5T ସଚିବଙ୍କ ବରଗଡ଼ ଗସ୍ତ ପରିପେକ୍ଷୀରେ ବରଗଡ଼ ପୁଲିସର ରିଜର୍ଭ ଇନ୍ସପେକ୍ଟରଙ୍କ ନିକଟରେ ଜୁନ୍ ୨୫ ତାରିଖ (ଆଜି) ସକାଳ ୭ଟା ସୁଦ୍ଧା ୨୫ ଜଣ ହାବିଲଦାର, ଏପିଆର ଓ ଓଏପିଏଫଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨୫ କର୍ମଚାରୀ ଜିଲ୍ଲାର ଭିନ୍ନ ଭିନ୍ନ ୬ଟି ଥାନାରେ ମୁତୟନ ହୋଇଥିବା ବେଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ଥାନା ଗୁଡ଼ିକର ଆଇଆଇସି ମାନଙ୍କୁ ଏହି ଚିଠି କରାଯାଇଛି। ସଂପୃକ୍ତ ୨୫ ପୁଲିସ କର୍ମଚାରୀମାନଙ୍କୁ ନୀଳ ରଙ୍ଗର ପ୍ୟାଣ୍ଟ ଓ ଧଳା ଶାର୍ଟ ପିନ୍ଧିବାକୁ ମଧ୍ୟ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.