କଳାହାଣ୍ଡି (ଆମ ଟିଭି): କଳାହାଣ୍ଡିରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଏମ ରାମପୁର ଟାପରାଙ୍ଗ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୂର୍ବରୁ ଟାପରାଙ୍ଗରେ ମେ ୯ ରେ ହୋଇଥିଲା ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୩ ମାଓବାଦୀ । ଏହାକୁ କେନ୍ଦ୍ର କରି ଜୁନ ୨୫କୁ ବନ୍ଦ ପାଳନ ପାଇଁ ମାଓବାଦୀ ଆହ୍ଵାନ ଦେଇଛନ୍ତି ।
ଟାପରେଙ୍ଗ ଗାଁରେ ଗତ ମଇ ମାସ ୯ ତାରିଖ ସକାଳୁ ଘଟିଥିବା ପୋଲିସ୍ ଓ ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ସକାଳୁ ସକାଳୁ ପୁଣି ସେଇ ଗାଁରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ମାଓ ସଂଗଠନ ଏହି ହତ୍ୟାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଛି । କ୍ରୁରତାକୁ ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ମାଓ ସଂଗଠନ ।