ଆଉ ଆକାଶରେ ଉଡିବନି ମିଗ୍‌-୨୧, ୨୦୨୫ ଶେଷ ସୁଦ୍ଧା ବିମାନ ସେବାରୁ ହେବ ନିବୃତ୍ତ

0

ନୂଆଦିଲ୍ଲା(ଆମ ଟିଭି): ବିଗତ ୬ ଦଶନ୍ଧୀରେ ୪ଶହରୁ ଅଧିକ ଥର ଦୁର୍ଘଟଣାର ଶୀକାର ହେଲାଣି ମିଗ୍-୨୧। ଫଳରେ ୨ଶହ ପାଇଲଟଙ୍କ ଜୀବନ ଗଲାଣି। ଏଣୁ ଆଉ ଆକାଶରେ ଉଡିବନି ମିଗ୍‌-୨୧ ଯୁଦ୍ଧ ବିମାନ। ୧୯୬୩ରେ ପ୍ରଥମ ସିଙ୍ଗଲ ଇଞ୍ଜିନ ମିଗ୍-୨୧ ଲଢୁଆ ବିମାନ ପାଇଥିଲା ବାୟୁସେନା। ୧୯୯୯ କାର୍ଗିଲ ବିଜୟ ଓ ୨୦୧୯ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍କୁ ସଫଳ କରାଇଥିଲା ଏହି ‘MIG-21’ ବିମାନ ।

ପ୍ରଥମ ପର୍ଯ୍ୟାୟରେ ସେପଟେମ୍ବର ୩୦ ସୁଦ୍ଧା ଶ୍ରୀନଗରରେ ଅବସ୍ଥାପିତ ମିଗ୍-୨୧ର ଗୋଟିଏ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ପରେ ଆଉ ୩ ବର୍ଷ ଅର୍ଥାତ ୨୦୨୫ ଶେଷ ସୁଦ୍ଧା ବାକି ୩ଟି ସ୍କ୍ୱାର୍ଡନକୁ ଅବସର ଦିଆଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅନୁସାରେ ୨୦୨୩ରେ ଗୋଟିଏ, ୨୦୨୪ରେ ଗୋଟିଏ ଓ ୨୦୨୫ରେ ଶେଷ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ଏହାସହ ୨୦୨୫ ଶେଷ ସୁଦ୍ଧା ଭାରତୀୟ ସେନାରୁ ମିଗ୍-୨୧ ସେବା ନିବୃତ୍ତ ହେବ।

Leave A Reply

Your email address will not be published.