ପୁଣି ୮୩୧ ଟଙ୍କା ବଢିଲା ସୁନା ଦର

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ୮୩୧ ଟଙ୍କା ବଢିଲା ସୁନା ଦର । ଇରାନ ରା‌ଷ୍ଟ୍ରପତି ଇବ୍ରାହିମ୍ ରଇସ୍‌ଙ୍କ ଦେହାନ୍ତ ପରେ ସୁନା ଦରରେ ବୃଦ୍ଧି ଦେଖାଦେଇଛି। ଏହି ଘଟଣା ପରେ ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି।

ସୁନା ଦାମ୍‌ରେ ହୋଇଥିବା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଆମେରିକାରେ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ। ଏହାର ପ୍ରଭାବରେ ଆମେରିକା ସୁଧ ହାର ହ୍ରାସ କରିପାରେ ବୋଲି ଆଶା ସୃଷ୍ଟି ହୋଇଛି। ରୁପାର କେଜି ପିଛା ଦାମ୍ ୬୫୦୦ ଟଙ୍କା ବୃଦ୍ଧି ପାଇ ୯୨,୮୭୩ ଟଙ୍କା ହୋଇଛି।

Leave A Reply

Your email address will not be published.