ପୁଣି ପ୍ରଧାନମନ୍ତ୍ରୀ କରିବେ ପରୀକ୍ଷା ପେ’ ଚର୍ଚ୍ଚା

0

ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ କରିବେ ପରୀକ୍ଷା ପେ’ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ବହୁଚର୍ଚ୍ଚିତ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ପୁଣିଥରେ ସାମିଲ ହେବାକୁ ଯାଉଛନ୍ତି। ଏହି କାର୍ୟ୍ୟକ୍ରମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି।

୨୯ ଜାନୁଆରୀରେ ଦିଲ୍ଲୀର ‘ଭାରତ ମଣ୍ଡପମରେ ‘ପରୀକ୍ଷା ପେ ଚର୍ଚ୍ଚା’ ଆୟୋଜିତ ହେବ। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଛାତ୍ରୀଛାତ୍ରମାନଙ୍କୁ ଅଧ୍ୟୟନର କୌଶଳ ଶିକ୍ଷା ଦିଅନ୍ତି। ଏଥର କାର୍ୟ୍ୟକ୍ରମ ହେଉଛି ପରୀକ୍ଷା ପେ ଚର୍ଚ୍ଚା ର ସପ୍ତମ ପର୍ୟ୍ୟାୟ। ଏଥିରେ ଚାରି ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.