ଭୁବନେଶ୍ଵର (ଆମ ଟିଭି): ପୁଣି ଚର୍ଚ୍ଚାରେ ତିର୍ତ୍ତୋଲର ସୋମଲିକା ଦାସ । ଆଜି ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେବେ ସୋମାଲିକା ଦାସ । ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । କୋର୍ଟକୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣିଲେ ସୋମାଲିକା ।
ଯୁବତୀ ଜଣକ ପୂର୍ବରୁ ବିବାହ କରିଥିବା କୋର୍ଟକୁ ଜଣାଇବେ ସୋମାଲିକା । ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । କିନ୍ତୁ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି ।