ପୁରୀ (ଆମ ଟିଭି): ବିପଦରେ ପୁରୀ ଶ୍ରୀମନ୍ଦିର । ଏଭଳି ଖବର ଆସିବା ପରେ ଏବେ ସମସ୍ତେ ଚିନ୍ତାରେ । ବର୍ତ୍ତମାନ ସମୟରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ଆସିଚି ଏକ ବଡ଼ ଖବର । ପୁରୀ ଶ୍ରୀମନ୍ଦିର ରତ୍ନବେଦୀ ପଛ ପାଶ୍ୱର୍ରୁ ଚୁନ ଖସିବାର କିଛି ଦିନରେ ଏକ ବଡ଼ ପଥର ଖସିଛି । ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାଶ୍ୱର୍ ନାଟମଣ୍ଡପରୁ ଏହି ପଥର ଖସିଥିବା ସୂଚନା ମିଳିଛି । ପଥରଟି ଦେଢ ଫୁଟ ଆକାର ଏବଂ ପ୍ରାୟ ୩ କିଲୋ ଓଜନର ବୋଲି କୁହାଯାଉଛି । ହେଲେ ଏହି ସମୟରେ ସେ ସ୍ଥାନରେ କେହି ନଥିବାରୁ କିଛି ଅଘଟଣ ହୋଇନାହିଁ । ଏହି ପଥରକୁ ଶ୍ରୀମନ୍ଦିର ପ୍ରଶାସନ ପତ୍ନତତ୍ୱ ବିଭାଗକୁ ହସ୍ତାନ୍ତର କରିଛି । ଏପରି ସ୍ଥିତିରେ ଶ୍ରୀମନ୍ଦିରର ରକ୍ଷାଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ମୁତାବକ ଦୀପବଳୀ ସମୟରେ ଏହି ପଥରଟି ଖସିଥିଲା । କିନ୍ତୁୁ ଘଟଣାକୁ ୪ ଦିନ ବିତି ଯାଇଥିଲେ ବି ଏଏସଆଇ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାଁନ୍ତି । ଏପଟେ ଏଭଳି ଅଘଟଣ ପାଇଁ ସେବାୟତମାନେ ପତ୍ନତତ୍ୱ ବିଭାଗକୁ ଦାୟୀ କରି ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ପତତ୍ନତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେଉଁ ସ୍ଥାନରୁ ପଥର ଖସିଛି ତାହା ଜଣାପଡିନାହିଁ । ମନ୍ଦିର ପୁରୁଣା ହୋଇଯିବାରୁ ସେଥିରେ ଲାଗିଥିବା ପଥର ଗୁଡିକ ଦୁର୍ବଳ ହୋଇଗଲାଣି ।