ପୁଣି ଚର୍ଚ୍ଚାରେ ଟାଇଟାନିକ୍ ଜାହାଜ: କାହିଁକି ଜାଣନ୍ତୁ ?
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଟାଇଟାନିକ୍ ଜାହାଜ । ଏହି ଜାହାଜ ଇଂଲଣ୍ଡରୁ ଆମେରିକା ଯାଉଥିବା ବେଳେ ଏହାର ଆନନ୍ଦ ନେଉଥିଲେ ସେଠାରେ ଉପସ୍ଥିତ ଥିବା ଅନେକ ଯାତ୍ରୀ । କିନ୍ତୁ କିଏ ବା ଜାଣିଥିଲା ହଠାତ୍ ସମୁଦ୍ର ମଝିରେ ଏମିତି ବୁଡିଯିବ ଜାହାଜ । ତେବେ ଏହି ଟାଇଟାନିକ୍ ସର୍ବଦା ଚର୍ଚ୍ଚାରେ ରହିଥିବା ବେଳେ ପୁଣି ତାର ଏକ ଫଟୋ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
୧୧୦ ବର୍ଷ ପୂର୍ବେ ସମୁଦ୍ରରେ ବୁଡି ଯାଇଥିବା ଜାହାଜ ଟାଇଟାନିକ୍ ର କିଛି ଫଟୋ ସାମ୍ନାକୁ ଆସିଛି । ଯାହାକୁ ହାଇ ରେନୋଲ୍ୟୁସନ୍ ରେ ଉତ୍ତୋଳନ କରାଯାଇଛି । ତେବେ ଓସେନଗେଟ୍ ଏକ୍ସପେକ୍ଟସନ ନାମକ ଏକ କମ୍ପାନୀ ଏହି ଫଟୋକୁ ରିଲିଜ କରିଛି । ତେବେ ଏହି କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାଇଟାନିକ୍ ଏବଂ ଅନ୍ୟ ସାମୁଦ୍ରିକ ରହସ୍ୟ ବିଷୟରେ ଲୋକଙ୍କୁ ଜଣାଇବା । ତେବେ ଟାଇଟାନିକ୍ ର ଏହି ନୂତନ ଫଟୋ ସ୍ପଷ୍ଟ ଏବଂ ନୂଆ ଫଟୋ ସହିତ ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି ।