ପୁଣି ୟୁକେନକୁ ଅସ୍ତ୍ର ଯୋଗାଇବ ଆମେରିକା

0

ନୂଆଦିଲ୍ଲୀ(ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେରୁ ଅଧିକ ସମୟ ବିତିଲାଣି । ତଥାପି ଏହା ଥମିବାର ନା ନେଉନାହିଁ । ଏହାରି ଭିତରେ ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ ପ୍ରମୁଖ ଅସ୍ତ୍ର ଭାବେ ଜିଏମଏଲଆରଏସ୍ ରାକେଟ ରହିଛି। ଏହି ରକେଟ୍କୁ ହିମାରସ୍ ଲଞ୍ଚରରୁ ନିକ୍ଷେପ କରାଯାଇଥାଏ। ଗତବର୍ଷ ଠାରୁ ରୁଷ୍ ବିରୋଧୀ ଯୁଦ୍ଧର ମୁକାବିଲା ନିମନ୍ତେ ଆମେରିକା ୟୁକ୍ରେନକୁ ୩୨୦୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ସାରିଲାଣି। ବାଇଡେନ ସ୍କୋଲଜଙ୍କ ମଧ୍ୟରେ ଆଲୋଚନା କାଳରେ ଚୀନର ଅଣୁଅସ୍ତ୍ରକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା।

ରୁଷ୍କୁ ଚୀନ ଏହାର ଅଣୁଅସ୍ତ୍ର ଯୋଗାଇ ଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ଚୀନ ଯଦି ରୁଷ୍କୁ ସାମରିକ ସହାୟତା ଦିଏ ତେବେ ବେଜିଂ ଉପରେ ବିଭିନ୍ନ କଟକଣା ଲାଗୁ କରିବାକୁ ବାଇଡେନ ପ୍ରଶାସନ ଏହାର ସହଯୋଗୀଙ୍କୁ ପରାମର୍ଶ ଦେଇଛି। ସ୍କୋଲଜଙ୍କ ସହିତ ଆଲେଚନା କାଳରେ ଚୀନ ଉପରେ କଟକଣା ଲଗାଇବା ପ୍ରସଙ୍ଗ ଆଲୋଚନା ହୋଇଥିବା ନେଇ ହ୍ବାଇଟ୍ ହାଉସ୍ ଜାତୀୟ ସୁରକ୍ଷା ମୁଖପାତ୍ର ଜନ୍ କିରବାଏଙ୍କୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏପରି ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।

Leave A Reply

Your email address will not be published.