ନୂଆଦିଲ୍ଲୀ (ଆମ ଟିଭି): ପୁଣି ମଣିପୁରରେ ହିଂସା ସୃଷ୍ଟି ହୋଇଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁରରେ ପୂର୍ବାବସ୍ଥା ଫେରି ପାରୁନି। ମଣିପୁରରେ ପୁଣି ରକ୍ତପାତ ହୋଇ ରାଜ୍ୟର ଜଣେ ପୁଲିସ୍ ଅଧିକାରୀଙ୍କୁ ୨ ଦିନ ପୂର୍ବେ ହତ୍ୟା କରାଯାଇଛି।ଏହାପରେ ପୁଣି ଥରେ ସହର ଅଶାନ୍ତ ହୋଇ ଉଠିଛି। ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଷ୍ଟେସନରେ ଉପରେ ଆକ୍ରମଣ କରିଛନ୍ତି।
ଏଥିପାଇଁ ଇମ୍ଫାଲରେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି।ଏସଡିପିଓ ଚିଙ୍ଗଥାମ ଆନନ୍ଦଙ୍କ ହତ୍ୟା ପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ବହୁ ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଥିଲେ।ସେମାନେ ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଥିବା ପୁଲିସ୍ ଷ୍ଟେଶନ ଉପରେ ଅତର୍କିତ ଆକ୍ରମଣ କରିଥିଲେ।ଏପରିକି ପୁଲିସ୍ ଜବତ କରିଥିବା ହତିଆର ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୁଲିସ୍ ପକ୍ଷରୁ ପାଲଟା ଜବାବରେ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏଥିରେ କିଛି ଲୋକ ଗୁରୁତର ହୋଇଥିବା ପୁଲିସ୍ କହିଛି।