କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ

0

କୋରାପୁଟ (ଆମ ଟିଭି): କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସାରେ ଡେରା ପକାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ଗିରିଜନ ବିଭାଗ ମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା। ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ୟ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା କରୁଛନ୍ତି । ସୂଚନା ଅନୁସାରେ ଜଗନ ସରକାରଙ୍କ ପ୍ରଦତ୍ତ ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି, ସ୍କୁଲ ଓ ଆମ୍ମା ବାଡି ଏବଂ ଜଙ୍ଗଲଜମି ପଟ୍ଟା ଭଳି ଯୋଜନାର ହିତାଧିକାରୀଙ୍କ ପାଖକୁ ଯାଇ ସେମାନଙ୍କର ଆଉ କ’ଣ ସମସ୍ୟା ରହିଛି ତାହାର ସମୀକ୍ଷା କରିଛନ୍ତି।

ତେବେ ଗତ ୧୭ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ସେହି ନେରେଡିବାଲାସା ଗ୍ରାମରେ ଏକ ଜନଶୁଣାଣି କାର୍ୟ୍ୟକ୍ରମ ହୋାଇଥିଲା। ଉକ୍ତ କାର୍ୟ୍ୟକମରେ ନେରଡିବାଲସା, ଆଜୁର୍ବାଲସା, ଧୁଳି ପଦର, ପାନକୁ ବାଲସା ଆଦି ଗ୍ରାମବାସୀ ବିଭିନ୍ନ ସମସ୍ୟାର ଅଭିଯୋଗ ପଟାଙ୍ଗି ବିଡିଓ ଓ ତହସିଲଦାରଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଜଣାଇଥିଲେ।

Leave A Reply

Your email address will not be published.