ମୁକ୍ତିଲାଭ କଲା “ଆଞ୍ଜେଲ”, ସବୁ ପ୍ରେକ୍ଷାଳୟ ହାଉସଫୁଲ

0

ଭୁବନେଶ୍ୱର (ଆମ ଟିଭି): ସସ୍ପେନ୍ସ, ଥ୍ରୀଲର ଭରା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ୨୫ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି l ସ୍ଵାତି କଂପ୍ଲେକ୍ସରେ ପ୍ରିମିୟର ଶୋ’ ଅବସରରେ ଆଞ୍ଜେଲର ସମସ୍ତ କଳାକାର, ଟେକ୍ନିସିଆନଙ୍କ ସମେତ ଓଲିଉଡ଼ର ଅନେକ ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସିନେ ସମୀକ୍ଷକ ଦେଖିଥିଲେ l

ଛୋଟ ଛୁଆ ଟ୍ରାକିଂ କୁ ନେଇ ସିନେମା ଗଢ଼ା ହୋଇଥିବାରୁ ସମସ୍ତ ଦର୍ଶକ ଏହି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟ ମୁହାଁ ହୋଇଛନ୍ତି l
ଶୁଭମ ସିନେ ପ୍ରଡ଼କସନ ବ୍ୟାନରର ପ୍ରଥମ ଅବଦାନ ତଥା ଶ୍ରୀମତୀ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ଦର୍ଶକ ଢେର ପ୍ରଶଂସା କରିଛନ୍ତି l ଜିତେନ୍ଦ୍ରୀୟ ପ୍ରଧାନଙ୍କ କାହାଣୀ, ସଂଳାପ ସହିତ ନିର୍ଦ୍ଦେଶନାକୁ ମିଳିଛି ଢେର ପ୍ରଶଂସା l

ଜଣେ ସାହସୀ ପୋଲିସ ଅଧିକାରୀଙ୍କ ବାସ ଭବନରୁ ତାଙ୍କ ୮ ବର୍ଷର ଝିଅକୁ ଅପହରଣ ହେବା ପରେ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି l କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ପୋଲିସ ମାଷ୍ଟରମାଇଣ୍ଡକୁ ଧରି ପାରିବେ ତ ? ସସପେନ୍ସ ଥ୍ରୀଲର ଏବଂ ମର୍ମସ୍ପର୍ଶୀ ଆକ୍ସନ୍ ଭରା ଓଡିଆ ସିନେମା “ଆଞ୍ଜେଲ” ରେ ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର ଏବଂ ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଅଭିନୟ କରିଛନ୍ତି l ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି l
ସଙ୍ଗୀତ ନିର୍ଦ୍ଦେଶନା ସହିତ ପ୍ରଚ୍ଛଦପଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଶେଷ ଦାସ l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l ବଲିଉଡର ବହୁ ଅଭିଜ୍ଞ ଦର୍ଶକ ତଥା ଟେକ୍ନିସିଆନ ଆଞ୍ଜେଲ କୁ ବହୁତ ପ୍ରଶଂସା କରି ଏମିତି ସିନେମା ହେବା ଉଚିତ ବୋଲି ମତ ଦେଇଛନ୍ତି l

Leave A Reply

Your email address will not be published.