ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଲାଗିଛି ନିଆଁ ,ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୁଚନା

0

ଭୁବନେଶ୍ଵର (ଆମ ଟିଭି); ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେସନ ନିକଟରେ ଟ୍ରେନର ବ୍ରେକରେ ନିଆଁ ଲାଗିଥିବା ସୂଚନା। ଟ୍ରେନ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିବା ପରେ ଅଟକିଥିଲା ଟ୍ରେନ୍।

ପରେ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ତୁରନ୍ତ ବୈଷୟିକ ଟିମ୍ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଇଞ୍ଜିନରେ ଉତ୍ତାପ କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଛି। କାହିଁକି ଓ କିଭଳି ନିଆଁ ଲାଗିଲା ତାର ଯାଞ୍ଚ କରାଯାଉଛି।

Leave A Reply

Your email address will not be published.