ପୁଣି କଂଗ୍ରେସକୁ ଝଟକା ଦଳ ଛାଡିଲେ ଅନୀଲ ଆଣ୍ଟୋନୀ

0

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅନୀଲ ଆଣ୍ଟୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ ହୋଇଥିବା ବିବିସିର ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦି ମୋଦି କ୍ୱେଶ୍ଚିନ୍‌’କୁ ବିରୋଧ କରିବାର ଦିନକ ପରେ ସେ ହାତ ଛାଡିଛନ୍ତି। ଏଥିସହ ସେ ମୋଦି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।

ଅନୀଲ କଂଗ୍ରେସ ଛାଡିବା ନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି। ମୋ ଉପରେ ଟ୍ୱିଟ୍ ଫେରାଇ ନେବାକୁ ଚାପ ପକାଯାଉଛି। କିନ୍ତୁ ମୁଁ ରାତି ନୁହେଁ। ଯେଉଁମାନେ ମୋତେ ଏଭଳି କହୁଛନ୍ତି ସେହି ଲୋକମାନେ ବାକ ସ୍ୱାଧୀନତା ନେଇ ପୂର୍ବରୁ ଲଢେଇ କରୁଥିଲେ। ମୁଁ କିନ୍ତୁ ସେମାନଙ୍କୁ ମନା କରିଦେଇଛି।’

Leave A Reply

Your email address will not be published.