ଆଜି ଜେଲରୁ ମୁକୁଳିପାରନ୍ତି ଅନୀଲ ଦେଶମୁଖ

0

ମୁମ୍ବାଇ (ଆମ ଟିଭି): ଆଜି ଜେଲରୁ ମୁକୁଳିପାରନ୍ତି ଅନୀଲ ଦେଶମୁଖ । ଦୀର୍ଘ ୧୪ ମାସ ହେଲା ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ଜେଲରୁ ମୁକୁଳି ପାରନ୍ତି। ତାଙ୍କୁ ଜାମିନ ମିଳିଥିବା ବେଳେ ସିବିଆଇ ଆବେଦନ କରିବା ଆଳରେ ସମୟ ଗଡ଼ାଇ ଚାଲିଥିଲା। ଆବେଦନ ପାଇଁ ଦ୍ୱିତୀୟ ଥର ସିବିଆଇ ସମୟ ମାଗିଥିଲେ ହେଁ ଏହାକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଏବେ ଯଦି ଶେଷ ମୁହୂର୍ତ୍ତରେ ସୁପ୍ରିମକୋର୍ଟ ସିବିଆଇ ଆବେଦନରେ ହସ୍ତକ୍ଷେପ ନ କରନ୍ତି, ତା’ହେଲେ ଦେଶମୁଖ ଜେଲରୁ ଆଜି ହିଁ ବାହାରିବେ।
ଡିସେମ୍ବର ୧୨ ତାରିଖରେ ଜଷ୍ଟିସ ଏମଏସ୍ କରନିକ ଦୁର୍ନୀତି ନିବାରଣ ଆଇନ ବଳରେ ସିବିଆଇ ଦେଶମୁଖଙ୍କ ବିରୋଧରେ ରୁଜୁ କରିଥିବା ମାମଲାରେ ତାଙ୍କୁ ଜାମିନ ଦେଇଥିଲେ। ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଜରିଆରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ସିବିଆଇ ଆବେଦନ ପାଇଁ ସମୟ ମାଗିବାରୁ କୋର୍ଟ ଜାମିନର କାର୍ୟ୍ୟକାରୀ ୨୨ ଡିସେମ୍ବରରୁ ହେବ ବୋଲି କହିଥିଲେ।

Leave A Reply

Your email address will not be published.