ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ରେ ନିର୍ବାଚନ
ଭୁବନେଶ୍ବର(ଆମ ଟିଭି): ଖାଲିପଡ଼ିଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ଜୁନ୍ ୧୩ରେ ନିର୍ବାଚନ ହେବ । ଏନେଇ ବିଧିବଦ୍ଧ ଭାବେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ମୁତାବକ ଶୁକ୍ରବାର ଦିନ ବାଚସ୍ପତି ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ କରାଯିବ । ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଇସ୍ତଫା ଦେଇଥିଲେ । ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଥିଲେ । ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଥିଲା । ତେବେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡିର ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ନାମାଙ୍କନ ଦାଖଲ କରିପାରନ୍ତି ।