ଗୁଜୁରାଟ ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାରପ୍ରଚାର ତାଲିକା ଘୋଷଣା

0

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ। ଏହି ତାଲିକାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସଚିନ ପାଇଲଟ, ଜିଗ୍ନେଶ ମେୱାଣୀ ଓ କହ୍ନେୟା କୁମାରଙ୍କ ବ୍ୟତୀତ ଅନ୍ୟ ନେତାଙ୍କ ନାଁ ମଧ୍ୟ ରହିଛି।

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ସକ୍ରିୟ ହୋଇଛି କଂଗ୍ରେସ। ହେଲେ ଏହାରି ଭିତରେ ଦଳୀୟ ଟିକେଟ ବଣ୍ଟନକୁ ନେଇ ଲାଞ୍ଚ ନେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଖାଡ଼ିୟା-ଜମାଲପୁର ବିଧାନସଭା ଆସନରେ ଇମରାନ ଖେଡ଼ାବାଲାଙ୍କୁ ପୁଣିଥରେ ପ୍ରାର୍ଥୀ ଘୋଷଣା କରିବା ପରେ ବରିଷ୍ଠ ନେତା ଲାଞ୍ଚ ନେଇଥିବା ଅଭିଯୋଗ ଆଣଛନ୍ତି ଦଳୀୟ କର୍ମକର୍ତ୍ତା। ଏନେଇ ଏନଏସୟୁଆଇ କାର୍ଯ୍ୟକର୍ତ୍ତା ଓ କଂଗ୍ରେସ କର୍ମୀ ଦଳୀୟ କାର୍ଯ୍ୟାଳୟ ଭଙ୍ଗାରୁଜା କରିଛନ୍ତି। ଏନଏସୟୁଆଇ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ବରିଷ୍ଠ ନେତା ଭରତ ସିଂହ ସୋଲଙ୍କି ଏହି ଆସନ ପାଇଁ ୫୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି।କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଏଆଇଏମଆଇଏମର ଜଣେ ମୁସଲମାନ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି, ଯଦି କଂଗ୍ରେସ ମଧ୍ୟ ମୁସଲମାନ ପ୍ରାର୍ଥୀଙ୍କୁ ଛିଡ଼ା କରାଇବ ତେବେ ବିଜେପିର ହିନ୍ଦୁ ପ୍ରାର୍ଥୀ ସହଜରେ ବିଜୟ ହୋଇଯିବେ।

ସୂଚନା ଥାଉକି, ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ୱର ୧ରେ ହେବ। ଏହି ଦିନ ୮୯ ଆସନରେ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ୱର ୫ରେ ଭୋଟିଂ ହେବ। ଡିସେମ୍ୱର ୮ ରେ ହେବ ଭୋଟ ଗଣତି। ଏହା ସହିତ ରାଜ୍ୟରେ ନିର୍ବାଚନ ଆଚରଣବିଧି ମଧ୍ୟ ଘୋଷଣା ସରିଛି।

Leave A Reply

Your email address will not be published.