ବନ୍ୟା ନିୟନ୍ତ୍ରଣ, ଜଳସେଚନ ପ୍ରକଳ୍ପପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା

0

ନୂଆଦିଲ୍ଲୀ (ଆମ ଟିଭି): ବିଭିନ୍ନ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ୧୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତ୍ୱରିତ୍‌ ସେଚ ଲାଭ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଉତ୍ସ ଜରିଆରେ ସରକାର ବିଭିନ୍ନ ପ୍ରକଳ୍ପକୁ ଆର୍ଥତ୍କ ସହାୟତା ଯୋଗାଇଦେବେ।

ଏଥିରେ କୋଶୀ-ମେଚି ଇଣ୍ଟ୍ରା-ଷ୍ଟେଟ୍‌ ଲିଙ୍କ୍‌ ଏବଂ ଅନ୍ୟ ୨୦ଟି ଯୋଜନା, ବ୍ୟାରେଜ, ନଦୀ ପ୍ରଦୂଷଣ ଉପଶମ ଏବଂ ଜଳସେଚନ ପ୍ରକଳ୍ପ ରହିଛି। ବିହାର ଏବଂ ଆସାମ କ୍ରମାଗତ ଭାବେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବାରୁ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମି ନିର୍ମାଣ ସହ ବନ୍ୟା ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକଳ୍ପ ଲାଗି ଆର୍ଥତ୍କ ସହାୟତା ଯୋଗାଇଦିଆଯିବ।

Leave A Reply

Your email address will not be published.