‘ସ୍ୱାମୀ ବିବେକାନନ୍ଦ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ବାର୍ଷିକ ସ୍ୱାଗତ ସମାରୋହ’
ଭୁବନେଶ୍ୱର (ଆମ ଟିଭି): ସ୍ୱାମୀ ବିବେକାନନ୍ଦ ଗ୍ରୁପ ଅଫ୍ଇନଷ୍ଟିଚ୍ୟୁଟର ଏମ୍ ବିଏ, ବିବିଏ, ବିସିଏ ଓ ପିଏମଆଇଆର ବିଭାଗର ବାର୍ଷିକ ସ୍ୱାଗତ ସମାରୋହ ଗତ ୧୧ ତାରିଖରେ ଉଦଘାଟିତ ହୋଇଯାଇଛି। ସମାରୋହରେ ସଂସ୍ଥାର ଚେୟାରମ୍ୟାନ ଇଂ. ଆଶିଷ କୁମାର ପାତ୍ର, ଭାଇସ ଚେୟାରପର୍ସନ ଶର୍ମିଷ୍ଠା ଜେନା, ନିର୍ଦ୍ଦେଶକ ସୁବ୍ରତ ଚୌଧୁରୀ, ଅଧ୍ୟକ୍ଷ ପ୍ରଫେସର ଡ଼. ରମେଶ ଚନ୍ଦ୍ର ରଥ ଏବଂ ମୁଖ୍ୟ ଅତିଥି ପ୍ରଫେସର ଡ଼. ଦାଶରଥୀ ସାହୁ, ରିଡର, ଏମବିଏ ଡିପାର୍ଟମେଣ୍ଟ ବାଣୀବିହାର, ଧିରେନ କୁମାର ବେହେରା, ସଂଯୁକ୍ତ ପ୍ରଫେସର, ଆଇଜିଆଇଟି ସରାଙ୍ଗ, ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ।ନିଜ ସମ୍ଭାଷଣରେ ଚେୟାରମ୍ୟାନ ଛାତ୍ରୀଛାତ୍ରଙ୍କୁ ଜୀବନର ମାର୍ଗଦର୍ଶନ ଉପରେ କହିଥିଲେ। ଭାଇସ ଚେୟାରପର୍ସନ ମାଡାମ ଶିକ୍ଷାର ଶୃଙ୍ଖଳା ଉପରେ ବୁଝାଇଥିଲେ ଜ୍ଝ
ଅଧ୍ୟକ୍ଷ କଲେଜରେ ନୀତିନିୟମ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ବୈଷୟିକ ଶିକ୍ଷା ଓ ତାହାର ମାନ ଉପରେ କହିଥିଲେ।ମୁଖ୍ୟ ବକ୍ତା ଶିକ୍ଷାର ବ୍ୟବହାରିକ ଜ୍ଞାନ ବିଷୟରେ ଅବଗତ କରାଇଥିଲେ। ପରିଶେଷରେ ନିର୍ଦ୍ଦେଶକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ୟ୍ୟକ୍ରମ ୭ଦିନ ଧରି ଚାଲିବ। ଉକ୍ତ କାର୍ୟ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡ଼. ପାଲେଷ୍ଟ୍ରା ଇଉନିଫାକଭେଷ୍ଟ, ପ୍ରଫେସର ଡ଼. ରେଜାନେ ଦତ୍ରାବରଗାନାଶ୍ଚିଓ ପ୍ରଫେସର ଡ଼. ରାଜକୁମାର ସିଂଗୌତମ, ଡିନ୍, ବିଏଚୟୁପ୍ର ମୁଖ ଯୋଗଦେଇଥିଲେ।