ଆସୁଛି ଆଉ ଏକ ଲଘୁଚାପ: ଜାଣନ୍ତୁ କେବେ ?
ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ଜନିତ ବର୍ଷା ସାରା ଓଡ଼ିଶାରେ ଜାରି ରହିଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ଆସିଛି। ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେବ। ଧୀରେ ଧୀରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରୁ ଦୂରେଇଯିବ। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ପରିମାଣ ହ୍ରାସ ପାଇବ। ଆଜି ଓ ଆସନ୍ତାକାଲି କମିବ ବର୍ଷା। ପୁଣି ୧୭ରୁ ବଢିବ ବର୍ଷା। ୧୮ ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ୧୭ ରୁ ବର୍ଷା ବଢିଲେ ଉପକୂଳ ଓ ଦକ୍ଷିଣ ଓଡିଶା ନଦୀ ଅବବାହିକାରେ ବୃଦ୍ଧି ପାଇବ ଜଳସ୍ତର। ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା। ଆଜି ପାଇଁ ୧୧ଟି ଜିଲ୍ଲାକୁ ରେଡ଼ ଓ୍ଵାର୍ଣ୍ଣିଂ ଓ ୧୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
୧୬ ତାରିଖ ଦିନ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଅନ୍ୟପଟେ ରାଜ୍ୟରେ ଏବେ ମୌସୁମୀର ଶକ୍ତିଶାଳୀ ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ। ୧୭ ତାରିଖରୁ ପୁଣି ବର୍ଷା ବଢ଼ିପାରେ। ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ।