କାବୁଲର ଚାଇନିଜ୍ ହୋଟେଲରେ ପୁଣି ବିସ୍ଫୋରଣ

0

କାବୁଲ (ଆମ ଟିଭି): ଆଫଗାନିସ୍ତାନରେ ପୁଣି ଗୁଳିମାଡ଼ । ଆଫଗାନୀସ୍ତାନରେ ବିଦେଶୀ ଲୋକଙ୍କ ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଉଠିଛି । ସୋମବାର କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏକ ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ଏହି ବିଲ୍ଡିଂରେ କିଛି ବିଦେଶୀ ଲୋକ ରହିଥିଲେ । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ଇଲାକାର ଶହର-ଏ-ନୱା ହୋଟେଲକୁ ଆକ୍ରମଣକାରୀ ଟାର୍ଗେଟ କରିଛନ୍ତି । ଏହି ହୋଟେଲକୁ ଚାଇନିଜ ହୋଟେଲ ମଧ୍ୟ କୁହାଯାଇଥାଏ କାରଣ ଏଠାରେ ବରିଷ୍ଠ ଚାଇନିଜ୍ ଅଧିକାରୀ ଅଧିକତମ ସମୟ ଆସିଥାନ୍ତି । ତେବେ ହୋଟେଲ ପାଖରେ ଏକ ବଡ଼ ଧମାକା ପରେ ଲଗାତାର ଗୁଳିମାଡ଼ ଚାଲିଛି ।

ତେବେ ଗତ କିଛି ମାସ ଭିତରେ ଆଫଗାନୀସ୍ତାନରେ ଅନେକ ବୋମାମାଡ଼ ଏବଂ ଗୁଳିମାଡ଼ ହୋଇଛି । ୨୦୨୧ରେ ଆମେରିକୀୟ ନେତୃତ୍ୱାଧୀନ ବିଦେଶୀ ସେନା ଦେଶରୁ ହଟିବା ପରେ କ୍ଷମତା ପାଇଥିବା ଇସଲାମିକ ତାଲିବାନ କହିଛି ଯେ, ତାଙ୍କ ଧ୍ୟାନ ଦେଶରେ ଆଇନ ବ୍ୟବସ୍ଥା ମଜବୁତ କରିବା ଉପରେ ରହିଛି ।

 

Leave A Reply

Your email address will not be published.