ମୋ ସରକାରକୁ ଗଲା ରାଜ୍ୟର ଆଉ ଏକ ସଂସ୍ଥା

0

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ ସଂସ୍ଥା ଦ୍ବାରା ନିୟୋଜିତ ଲକ୍ଷାଧିକ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଉଟସୋର୍ସିଂ ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ନିଆଯାଇଛି। ଏଣିକି ୭ଦିନ ପରେ ଦରମା ଦେଲେ ସଂସ୍ଥାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେବଳ ସେତିକି ନୁହେଁ ଇପିଏଫ ଓ ଇଏସଆଇ ଜମା ନକରିଲେ ମଧ୍ୟ ଜରିମାନା ଦେବେ ଆଉଟସୋର୍ସିଂ ସଂସ୍ଥା। ଆଉଟସୋର୍ସିଂ ସଂସ୍ଥା ଦ୍ବାରା ନିୟୋଜିତ ଲକ୍ଷାଧିକ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସର୍ଭିସ ପ୍ରୋଭାଇଡର ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ଅଣା ଯାଇଥିବା ବେଳେ ଯେଉଁ ସଂସ୍ଥା ଠିକଣା ଭାବେ କର୍ମଚାରୀଙ୍କୁ ପ୍ରାପ୍ୟ ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ। ଏହାସହିତ ଯେଉଁ ସଂସ୍ଥା ବିଳମ୍ବରେ ପ୍ରାପ୍ୟ ଦେବେ ଆବଶ୍ୟକସ୍ଥଳେ ସଂପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ସବୁ ବିଭାଗକୁ ଏକ ନିର୍ଦେଶନାମା ଜାରି କରିଛନ୍ତି।

Leave A Reply

Your email address will not be published.