ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜାଇବ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଭିଜାଇବ ବର୍ଷା ।  ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।  ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ।

ଅନ୍ୟପଟେ କେନ୍ଦ୍ରେୀୟ ଛତିଶଗଡ଼ ଏବଂ ଆଖପାଖ ଅଞ୍ଚଳରେ ସୁଚିହ୍ନିତ ଲଘୁଚାପ କ୍ଷେତ୍ର ବା ମୋନ୍ଥାର ଅବଶିଷ୍ଟାଂଶ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଜି ସକାଳରେ ଝାଡ଼ଖଣ୍ଡ ଏବଂ ଏହାର ଆଖାପଖ ଅଞ୍ଚଳ ଉପରେ ପଡ଼ିଛି ।  ଏହା ବିହାରର ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.