ଭୁବନେଶ୍ବର (ଆମ ଟିଭି): ପାଣିପାଗକୁ ନେଇ ଆସିଛି ଏକ ବଡ଼ ଖବର। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହା ନେଇପାରେ ବାତ୍ୟାର ରୂପ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଆକଳନ କରିବା ଆରମ୍ଭ କରିଛନ୍ତି ।
କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ ଆନ୍ଧ୍ର ଉପକୂଳ ଆଡକୁ ଇଙ୍ଗିତ କରୁଛି । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆକଳନ କରି ନଥିଲେ ମଧ୍ୟ ବାତ୍ୟାର ପ୍ରଭାବ ଭାରତ କିମ୍ବା ବାଂଲାଦେଶରେ ପଡ଼ିପାରେ ବୋଲି ଆକଳନ କରିଛନ୍ତି ।