ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

0

ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ୟୁପିର ବାଡାଉନ ନିବାସୀ ହିମାଂଶୁ କୁମାରଙ୍କ ଦ୍ୱାରା ଏହି ମାମଲା ଦାଖଲ କରାଯାଇଛି। ଏହି ଆବେଦନରେ ସନାତନ ଧର୍ମ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା

ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟ ଏହାକୁ ନେଇ କଡା ସମାଲୋଚନା କରିଥିଲେ ।

Leave A Reply

Your email address will not be published.