ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ

0

ପାରାଦୀପ (ଆମ ଟିଭି): ଓଡିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ପାରାଦୀପରେ ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ରୁଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଉଛନ୍ତି, ରୁଷ ଜାହାଜର ଚିଫ୍ ଇଂଜିନିୟର ମିଲ ୟାକୁବ ସର୍ଜଇ । ସେ ଅଲଦାନା ଭେସେଲରେ ପାରାଦୀପକୁ ଆସିଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡି ନାହିଁ ।

ସେପଟେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ତଦନ୍ତ କରିବା ପରେ ମୃତ୍ୟୁର କାରଣ ଜଣାପଡିବ । କିଛି ଦିନ ହେଲା ଓଡିଶାରେ ରୁଷ ନାଗରିକଙ୍କୁ ନେଇ ଚର୍ଚ୍ଚା ଚାଲିଛି । ପୂର୍ବରୁ ରାୟଗଡା ବୁଲିବାକୁ ଆସିଥିବା ୪ ଜଣ ପର୍ୟ୍ୟଟକଙ୍କ ମଧ୍ୟରୁ ୨ ବାଲ୍ୟବନ୍ଧୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ରୁଷର ସାଂସଦ ଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.