ମେକ୍ସିକୋରେ ପୁଣି ଗୁଳିମାଡ: ୧୮ ଜଣଙ୍କର ମୃତ୍ୟୁ

0

ମେକ୍ସିକୋ (ଆମ ଟିଭି) : ପୁଣି ଆମେରିକାରେ ଫୁଟିଲା ଗୁଳି। ମେକ୍ସିକୋରେ ପୁଣି ଆଖି ବୁଜା ଗୁଳିମାଡ଼ ହୋଇଛି। ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ହଠାତ୍ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ଏଥିରେ ମେୟର କାନରୋଡ ମେଣ୍ଡୋଜା ଓ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ।

ଏହି ଗୁଳମାଡ଼ରେ ପୂର୍ବତନ ମେୟର ଜୁଆନ୍ ମେଣ୍ଡେଜାଙ୍କ ମଧ୍ୟ ଜୀବନଯାଇଛି । ଗୁଳିମାଡ଼ କିଏ ଓ କାହିଁକି କରିଛି ଜଣାପଡ଼ିନାହିଁ । ପୋଲିସ ବନ୍ଧୁକଧାରୀକୁ ଧରିବାକୁ ଉଦ୍ୟମ କରୁଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂରା ସହରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି । ପୋଲିସ୍ ସେ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.