ଆଓ ନେକ୍ସ୍ଟ ଓଟିଟିରେ ଅନୁଭବ ମହାନ୍ତିଙ୍କ ଆଉ ଏକ ସୁପରହିଟ୍ ଫିଲ୍ମ ‘କର୍ମ’

0

ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟମ୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ, ଆଓ ନେକ୍ସ୍ଟରେ ଅକ୍ଟୋବର ୨୧ ରେ ଉପଲବ୍ଧ ହୋଇସାରିଛି ସୁପରହିଟ୍ ଫିଲ୍ମ ‘କର୍ମ’। ୨୦୨୪ଦଶହରା ବଜାରରେ ସୁନାମୀ ଆଣିଥିଲା ଏହି ଫିଲ୍ମ । ଜାତୀୟ ପୁରସ୍କାରପ୍ରାପ୍ତ ନିର୍ମାତା ଅନୁପମ ପଟ୍ଟନାୟକ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ‘କର୍ମ’ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଦମ୍‌ଦାର ସଂଳାପ ଆଉ ‘ଚିରିଙ୍ଗ ଚିରିଙ୍ଗ…’ ଗୀତର ଭରପୂର ମଜା ନେଇଥିଲେ ଦର୍ଶକ ।

ଧରାପୃଷ୍ଠରେ ଜନ୍ମନେଇ ଈଶ୍ବର ମଧ୍ୟ ନିଜ କର୍ମର ଫଳ ନିଜେ ଭୋଗିଛନ୍ତି। ଯେଉଁଠି ଇଶ୍ବର କର୍ମଫଳ ଭୋଗୁଛନ୍ତି, ସେଠି ମଣିଷ ବା ବର୍ତ୍ତିଯିବ କେମିତି? ଯିଏ ଯେମିତି କର୍ମ କରିବ, ସେ ତା’ର ଫଳ ନିଶ୍ଚୟ ପାଇବ। ଏଭଳି ଏକ ବାର୍ତ୍ତା ନେଇ ନିର୍ମିତ ‘କର୍ମ’ । ବାକି କାହାଣୀ ଦର୍ଶକ ଆଓ ନେକ୍ସ୍ଟରେ ଦେଖିବା ପରେ ଜାଣିପାରିବେ । ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଯୋଡିଙ୍କୁ ଦେଖିବାକୁ ମିଳିଛି । ଅନ୍ୟ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିଛନ୍ତି ।

‘ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁଲା ପରି କାହାଣୀ ଓ ବିଷୟ ବସ୍ତୁ ନିଜ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଣିଥିବାରୁ ସମସ୍ତ ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛି। ପୂର୍ବରୁ ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ କୋଣୀୟ ପ୍ରେମ କାହାଣୀ ‘ଭାବାନ୍ତର’ର କ୍ରେଜ ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ବହୁତ ବଢିଛି । ପୁଣି ଆସନ୍ତା ମାସ ନଭେମ୍ବରରେ ଆଓ ନେକ୍ସ୍ଟରେ ରିଲିଜ ହେବ ମନସ୍କ । ମନ ଯଦି ସକାରାତ୍ମକ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ସେହି ମନ ନକାରାତ୍ମକ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ । ଜାତୀୟସ୍ତରର ନିର୍ଦ୍ଦେଶକ ମାନସ ସାହୁ ଏହି କାହାଣୀର ନିର୍ଦ୍ଦେଶନା ଦେଇଛନ୍ତି । ଭବାନୀ ପ୍ରସାଦ ମାଝୀ ପ୍ରଡକ୍ସନ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଛି । ଭବାନୀ ପ୍ରସାଦ ମାଝୀ ସିନେମାର ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଡକ୍ଟର ଲିଙ୍ଗରାଜ ନାଥ । ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ମନସ୍କ ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହି ଭିନ୍ନ ଧରଣର ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା ଏହି ଫିଲ୍ମ । ଲିଡ୍ ରୋଲରେ ମଧୁମିତା ବାରିକଙ୍କ ସହ ଅଶ୍ବିନୀ ରାୟ ନଜର ଆସିଥିଲେ । ଏହାସହ ବୌଦ୍ଧ ଧର୍ମାବଲମ୍ବୀ ଭୂମିକାରେ ନଜର ଆସିଥିଲେ ଚୌଧୁରୀ ବିକାଶ ଦାସ ।

‘ଭାବାନ୍ତର’ର ଷ୍ଟ୍ରିମିଂ ସଫଳତାରେ ସିଇଓ ତଥା ପ୍ରତିଷ୍ଠାତା କୌଶିକ ଦାସ କହିଛନ୍ତି ଯେ, ଓଡିଆ ଦର୍ଶକଙ୍କ ଚିନ୍ତାଧାରା ଓ ଭଲପାଇବାକୁ ଧ୍ୟାନରେ ରଖି ‘ଆଓ ନେକ୍ସଟ’ମନଛୁଆଁ ନୂଆ ନୂଆ ଫିଲ୍ମ ସବୁ ଆଣିଥାଏ । ଆଗରୁ ବହୁ ସୁପରହିଟ ଫିଲ୍ମ ସବୁ ଦର୍ଶକଙ୍କ ଭଲ ପାଇବା ସାଉଁଟିଥିଲା । ଯେଉଁ ଦର୍ଶକ ମାନେ ଫିଲ୍ମ ସବୁ ହଲରେ ଦେଖିପାରିନଥିଲେ, ସେମାନେ ଏବେ ଆଓ ନେକ୍ସଟରେ ସ୍ୱତନ୍ତ୍ର ଭାବରେ ଏହାକୁ ଦେଖିପାରିବେ ଓ ଆଗକୁ ଆହୁରି ଭଲ ଭଲ ଫିଲ୍ମ ଆମ ଉପଭୋକ୍ତାଙ୍କ ପାଇଁ ଆଣିବା ପାଇଁ ଆଓ ନେକ୍ସଟ୍ ପ୍ରତିବଦ୍ଧ ବୋଲି ପ୍ରତିଷ୍ଠାତା କୈ।ଶିକ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.