ଯିଏ ଦଳ ଛାଡିଯିବାକୁ ଚାହାଁନ୍ତି ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି: ଉଦ୍ଧବ ଠାକରେ
ମୁମ୍ବାଇ(ଆମ ଟିଭି):ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ । ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ ବୋଲି ଉଦ୍ଧବ କହିଛନ୍ତି । କର୍ପୋରେଟରଙ୍କୁ ଭିଡିଓ କନଫେରନ୍ସିଙ୍ଗ ଜରିଆରେ ଉଦବୋଧନ ଦେବା ସମୟରେ ବିରୋଧୀଙ୍କ ପ୍ରତି ଏଭଳିି କଥା ମତ ଦେଇଛନ୍ତି ଉଦ୍ଧବ । ଉଦବୋଧନ ଦେବା ସମୟର ସେ ଆହୁୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଶିବାସେନା କର୍ମୀମାନେ ମୋର ସମ୍ପତ୍ତି । ସେମାନେ ଯେପର୍ୟ୍ୟନ୍ତ ମୋ ସାଙ୍ଗରେ ଥିବେ ଅନ୍ୟମାନଙ୍କ ସମାଲୋଚନାକୁ ମୋର ପରବାୟ ନାହିଁ । ଆପଣା ଲୋକେ ଶିବସେନା ପ୍ରତି ବିଶ୍ୱାସଘାତକତା କରିଛନ୍ତି ।
ଗୌହାଟୀରେ ଡେରା ପକାଇଥିବା ଏକନାଥଙ୍କ ସହ ଅଧିକାଂଶ ବିଧାୟକ ଯୋଗଦେଇଥିବାରୁ ମୋ ସରକାର ସଙ୍କଟରେ ପଡିଛି । ଆପଣମାନଙ୍କ ମଧ୍ୟରୁ ଅନେକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଶାୟୀ ଥିବାବେେଳେ ଆମେ ଉକ୍ତ ବିଦ୍ରୋହୀଙ୍କୁ ଟିକେଟ ଦେଇଥିଲୁ । ଆପଣମାନଙ୍କ କଠିନ ପରିଶ୍ରମ ବଳରେ ବିଜୟୀ ହେବା ପରେ ସେମାନେ ଅସନ୍ତୁଷ୍ଟ ହୋଇ ଏବେ ନିଜ ପତିଆରା ଦେଖାଉଛନ୍ତି । ଏଭଳି ସଙ୍କଟ ସମୟରେ ମଧ୍ୟ ଆପଣମାନେ ଦଳକୁ ସମର୍ଥନ କରୁଛନ୍ତି । ସେଥିପାଇଁ ଯେତେ ପରିମାଣରେ କୃତଜ୍ଞତା ଜ୍ଞାପନ କରିବା କଥା ମୁଁ କରିପାରୁନାହିଁ’ ବୋଲି ଉଦ୍ଧବ କହିଛନ୍ତି ।