ମେଟ୍ରୋ ଟ୍ରେନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଚାଲିବ ମେଟ୍ରୋ ଟ୍ରେନ୍ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନୋ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିବା ବେଳେ ଏବେ ଏହି ଆଶାକୁ ପୁଣି ଥରେ ଉଜ୍ଜୀବିତ କରିଛନ୍ତି ଭୁବନେଶ୍ୱର ସାଂସଦ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି।

ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ କରିଥିବା ଟ୍ୱିଟ୍ ଅନୁଯାୟୀ, କଟକ-ଭୁବନେଶ୍ୱରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ମେଟ୍ରୋ ଟ୍ରେନ ଚାଲିବା ଦରକାର। ଏହାଦ୍ୱାରା ଲୋକେ ଖୁବ୍ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିସହ କେନ୍ଦ୍ର ନଗର ଉନୟନ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ ଉଲ୍ଲେଖ କରିଛନ୍ତି। ଏହାବାଦ ଆବଶ୍ୟକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଥିବା ଅପରାଜିତା ଟ୍ୱିଟ୍ କରିଛନ୍ତି। ହେଲେ ଏଥିପାଇଁ କେନ୍ଦ୍ର ପକ୍ଷରୁ ଗ୍ରୀନ୍ ସିଗନାଲ ମିଳୁଛି ନା ନାହିଁ, ରାଜ୍ୟ ସହଯୋଗର ହାତ ବଢ଼ାଉଛି ନା ନାହିଁ ତାହା ଆଗକୁ ଜଣାପଡ଼ିବ।

 

Leave A Reply

Your email address will not be published.