ବିଜେଡିକୁ ପୁଣି ଅପରାଜିତାଙ୍କ ଟାର୍ଗେଟ

0

ଭୁବନେଶ୍ବର (ଆମ ଟିଭି): ୫ଟି ସଚିବଙ୍କୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଲାଗି ରହିଛି । ଏହାରି ଭିତରେ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟ୍ୱିଟ କରି ସେ ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି । ଅପରାଜିତା କହିଛନ୍ତି, ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଭିଡିଓରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ଶପଥ ନେଉଥିବାର ଦେଖିବାକୁ ମିଳିଛି । ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ ।

ଅପରାଜିତା ଟାର୍ଗେଟ କରି କହିଛନ୍ତି, ଏସଏଚଜି ମାଷ୍ଟର ବୁକ କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି । ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଓଡିଶାର ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ଲାଗୁଛି । କିଛି ସରକାରୀ କର୍ମଚାରୀ ରାଜନୈତିକ କାର୍ୟ୍ୟକ୍ରମକୁ ଆସୁଛନ୍ତି । ଏହା ଚିନ୍ତାଜନକ ବିଷୟ ବୋଲି ଅପରାଜିତା କହିଛନ୍ତି ।

Leave A Reply

Your email address will not be published.