ହୋର୍ଡିଂ ହଟାଯିବାକୁ ନେଇ ଚିଠି ଲେଖିଲେ ଅପରାଜିତା

0

ଭୁବନେଶ୍ୱର: ରାଜଧାନୀରେ ତେଜିଲା ହୋର୍ଡିଂ ରାଜନୀତି । ରାଜଧାନୀରେ ନୂଆ ବର୍ଷ ଶୁଭେଚ୍ଛା ହୋଡିଂ ଲଗାଯିବା ଘଟଣାକୁ ନେଇ ତେଜିଲା ରାଜନୀତି । ବିଏମସି କମିଶନର ଓ ପୋଲିସ କମିଶନରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ହୋର୍ଡିଂ ଉଠାଇବାରେ ପାତରଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ସହରରେ କେବଳ ଶାସକ ଦଳର ହୋର୍ଡିଂ ଲାଗିଥିବା ଅଭିଯୋଗ ଆଣି ଚିଠି ଲେଖିଛନ୍ତି ଅପରାଜିତା ।

ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ପରଦିନ ତାଙ୍କର ସମସ୍ତ ହୋର୍ଡିଂ ବିଏମ୍ସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇ ଦେଇଥିଲା । ହେଲେ ଏପର୍ୟ୍ୟନ୍ତ ଶାସକ ଦଳର ହୋର୍ଡିଂ ହଟାଯାଇନାହିଁ । ହୋର୍ଡିଂ ହଟାଇବାରେ ପାତରଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଖୁବ୍ ଶୀଘ୍ର ସହରରେ ଲାଗିଥିବା ସମସ୍ତ ହୋର୍ଡିଂ ହଟାଇବା ପାଇଁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.