ଆପ ଦୁର୍ନୀତିର ଉତ୍ସବ ମନାଉଛି: ବିଜେପି

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ସିବିଆଇ ଅଫିସରେ ହାତ ହୋଇଛନ୍ତି ମନୀଷ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଅଫିସରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଚାଲିଛି ଜେରା । ସିବିଆଇ ସମନର ଜବାବ ରଖିବାକୁ ଶୋଭାଯାତ୍ରା କରି ସିବିଆଇ ଅଫିସରେ ପହଞ୍ଚିଥିଲେ ମନୀଷ ସିସୋଦିଆ । ସେପଟେ ମନୀଷଙ୍କ ଶୋଭାଯାତ୍ରାକୁ ବିଜେପି ଟାର୍ଗେଟ କରିଛି । ଆପ ଦୁର୍ନୀତିର ଉତ୍ସବ ମନାଉଥିବା କହିଛି ବିଜେପି । ଗତକାଲି ଏହି ୧୦ ହଜାର କୋଟି ଟଙ୍କା ଦୁର୍ନୀତି ମାମଲାରେ ସିବିଆଇ ସମନ କରିଥିଲା ।

ଏହି ମାମଲାରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ଅଗଷ୍ଟ ୧୭ରେ ପ୍ରଥମେ ସିବିଆଇ ମାମଲା ରୁଜୁ କରିଥିଲା । ଆଜିକୁ ଠିକ୍ ଦୁଇ ମାସ ମଧ୍ୟରେ ୪୦୦ରୁ ଅଧିକ ସ୍ଥାନରେ ସିବିଆଇ ଏବଂ ଇଡି ରେଡ୍ କରିଛନ୍ତି । ତିନି ଜଣ ଗିରଫ ହୋଇଛନ୍ତି । ସିସୋଦିଆ କହିଛନ୍ତି, ଅବକାରୀ ଦୁର୍ନୀତି ନେଇ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଗୁଜରାଟ ବିଧାନସଭା ନିର୍ବାଚନରେ ତାଙ୍କୁ ଅଟକାଇବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.