କଂଗ୍ରେସରେ ଯୋଗଦେଲେ ମୟୁରଭଞ୍ଜ ଜିଲ୍ଲାର ଆପ କର୍ମକର୍ତା

0

ଭୁବନେଶ୍ୱର (ଆମ ଟିଭି): କଂଗ୍ରେସ ଅଧ୍ୟକ୍ଷ  ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା  ସୋନିଆ ଗାନ୍ଧୀ ଏବଂ ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ଏବଂ କଂଗ୍ରେସ ଦଳର ନୀତି, ଆଦ୍ଦର୍ଶରେ ଅନୁପ୍ରାଣୀତ ହୋଇ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା କଂଗ୍ରେସ ସଂପାଦକ  ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ଆପ କର୍ମକର୍ତା ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ ସମସ୍ତ ଆପ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ଏବଂ ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ସୁଦୃଢ଼ କରିବବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ କିସ୍କୁ, ବାଦଲ ହେମ୍ବ୍ରମ, ଲାଦୁରାମ ସୋରେନ, ଚାନ୍ଦରାୟ ହାଂସଦା, ରବିନ୍ଦ୍ର ନାଥ ଗିରି, ବିରାମ ମୁର୍ମୁ, ଶ୍ରୀମତୀ ଅନିତା ମୁର୍ମୁ, ଦିପୁ କୁମାର ଟୁଡୁ, ସୁଶିଲ କିସ୍କୁ, ଏସ୍କେ ବାବୁ ପ୍ରମୁଖ ଏହି ଅବସରରେ କଂଗ୍ରେସ ଦଳରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ରାଜକିଶୋର ବାରିକ ସଂଯୋଜନା କରିଥିଲେ ।

ଆଜିର ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅମୀୟ କୁମାର ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ କୁମାର ସାହୁ, ସୁଶାନ୍ତ ତ୍ରିପାଠୀ, ରସିକ ପଟ୍ଟନାୟକ, ସତ୍ୟସ୍ମିତ ମହାନ୍ତି, ତରୁଣ ମିଶ୍ର, ଦେବୀପ୍ରସାଦ ବାହାଲିଆ, ଶ୍ରୀନିବାସ ରାଉତରାୟ, ପ୍ରଭାତ ପ୍ରତାପ ସିଂ, ଉମେଶ ଦାସ, ଜୟକୃଷ୍ଣ ସୁବୁଦ୍ଧି, ଲିଙ୍ଗରାଜ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.