ଭୁବନେଶ୍ୱର (ଆମ ଟିଭି): ନିଯୁକ୍ତି ପାଇବେ କନିଷ୍ଠ ଶିକ୍ଷକ । ଏନେଇ ଆଜିଠୁ ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ ଆରମ୍ଭ ହେବ। ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ବାହାରିଥିଲା ବିଜ୍ଞପ୍ତି । ଓସେପା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଓସେପା ଡଟ୍ ଓଡ଼ିଶା ଡଟ୍ ଗଭ୍ ଡଟ୍ ଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୦ ତାରିଖ ପର୍ୟ୍ୟନ୍ତ ଆବେଦନ କରାଯାଇପାରିବ । ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଶିକ୍ଷକ ଚୟନ କରାଯିବ ।
ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଓସେପା ୱେବସାଇଟ୍ରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ । ଅନ୍ଲାଇନ୍ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ଏକ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି । ହେଲ୍ପ ଡେସ୍କ ନମ୍ବର ୭୩୫୩୯୨୭୭୭୯ ନମ୍ବରରେ ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ଯୋଗାଯୋଗ କରିହେବ ।