ଆପର ମିଶନ ଗୁଜୁରାଟ: ରାଘବ ଚଢାଙ୍କୁ ବଡ଼ ଦାୟିତ୍ୱ ଦେଲା ଦଳ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ, ପଞ୍ଜାବ ପରେ ଏବେ ଗୁଜୁରାଟ ଦଖଲ ଲକ୍ଷରେ ଆପ୍ । ଗୁଜୁରାଟରେ କେମିତି ଶାସନ କ୍ଷମତାକୁ ଆସିବ ସେନେଇ ଚାଲିଛି ପ୍ରସ୍ତୁତି । ଗୋଟିଏ ପଟେ ଆପ୍ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଘନ ଘନ ଗୁଜୁରାଟ ଗସ୍ତରେ ଆସୁଥିବା ବେଳେ ଗୁଜୁରାଟରେ ଆପ୍ କିପରି ସକ୍ରିୟ ହୋଇପାରିବ, ସେନେଇ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ଭିତରେ ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଢ଼ାଙ୍କୁ ବଡ଼ ଦାୟିତ୍ୱ ଦେଇଛି ଦଳ। ଗୁଜରାଟ ପାଇଁ ରାଘବଙ୍କୁ ମିଳିଛି କୋ-ଇନ୍ଚାର୍ଜ ଦାୟିତ୍ୱ। ଆଗକୁ ଗୁଜରାଟ ନିର୍ବାନ ଥିବାରୁ ରାଘବଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ। ପଞ୍ଜାବ ନିର୍ବାଚନ ବେଳେ ସମାନ ଦାୟିତ୍ୱ ନିଭାଇଥିଲେ ରାଘବ। ଏଠାରେ ପୂରା ଦମରେ ଲାଗିପଡ଼ିଛି ଆପ୍। ପଞ୍ଜାବ ବିଜୟ ପଛରେ ପ୍ରମୁଖ ଭୂମିକା ନିଭାଇଥିଲେ ରାଘବଚଢ଼ା। ଦଳ ପାଇଁ ଉଭୟ ଦିଲ୍ଲୀ ଏବଂ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି ରାଘବ। ରାଜନୀତିରେ ଯୁବପିଢ଼ିଙ୍କ ମଧ୍ୟରେ ଅତି ଅଳ୍ପ ଦିନରେ ରାଘବ ବେଶ ଲୋପ୍ରିୟ ହୋଇ ପାରିଥିବା ଦଳ ଅନୁଭବ କରିଥିଲା। ତେଣୁ ରାଘବଙ୍କ ଲୋକପ୍ରିୟତାକୁ ଦଳ କାମରେ ଲଗାଇବାକୁ ଦଳ ଚିନ୍ତା କରିଛି।

ଗୁଜୁରାଟର ରାନୈତିକ ସ୍ଥିତିକୁ ଦେଖିଲା ଜଣାପଡ଼ୁଛି, ମୋଦିଙ୍କ ହାତକୁ କ୍ଷମତା ଗଲା ପରେ ବିଜେପିର ଗଡ଼ ହୋଇ ରହି ଆସିଛି ଗୁଜରାଟ । କିନ୍ତୁ କିଛି ମାସ ହେଲା କେଜ୍ରିୱାଲ ଘନ ଘନ ଗସ୍ତ କରିବା ରାଜ୍ୟ ରାଜନୀତୀର ପାଣିପାଗକୁ ଚହଲେଇ ଦେଇଛି । ଏବେ କଂଗ୍ରେସ ନୁହେଁ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ଆପ୍। କାରଣ କିଛି ମାସ ତଳେ ଆପ୍ ପଞ୍ଜାବକୁ ଅକ୍ତିଆର କରିବା ପରେ ସମଗ୍ର ଦେଶରେ ଦବଦବା ବଜାୟ ରଖିଥିବା ବିଜେପିକୁ ମଧ୍ୟ ଭୟ ଘାରିଛି। ଏହାରି ଭିତରେ କେଜ୍ରିୱାଲ ରାଜ୍ୟବାସୀଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି। ଗ୍ୟରେଣ୍ଟିରେ ମୁଖଫ୍ୟତଃ ଛାତ୍ର-ଛାତ୍ରୀମାନଙ୍କୁ ମାଗଣା ବସ ଯାତ୍ରାର ସୁବିଧା ଦିଆଯିବା ସହ ୨୪ଘଣ୍ଟା ପାଣି ଓ ବିଦ୍ୟୁତ୍ ପାରିବେ ବୋଲି କୁହାଯାଇଛି। ତେବେ ୨୦୧୭ରେ ଆପ ପ୍ରଥମ ଥର ପାଇ ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ଗୋଟିଏ ବି ସିଟ୍ ଜିତିପାରି ନଥିଲା। ତେବେ ଦେଖାଯାଉ ଆପ୍ ଆଗକୁ ଗୁଜୁରାଟରେ କେଉଁ ପ୍ରକାର ପ୍ରଦର୍ଶନ କରୁଛି ।

Leave A Reply

Your email address will not be published.