ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ: ଲେଖିଲେ, ଆଶା ଥିଲା ୩୦ ବର୍ଷ ପୁରା ହେବ..

0

ପତ୍ନୀଙ୍କଠାରୁ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ତଥା ଗାୟକ ଏ.ଆର. ରେହମାନ(୫୭)। ବିବାହର ୨୯ ବର୍ଷ ପରେ ଏ.ଆର. ରେହମାନ ଓ ତାଙ୍କ ପତ୍ନୀ ସାୟରା ବାନୁ ଅଲଗା ହେଉଛନ୍ତି। ସାୟରାଙ୍କ ଓକିଲ ବନ୍ଦନା ଶାହ ଆନୁଷ୍ଠାନିକ ଭାବେ ବୟାନ ଜାରି କରି ଦମ୍ପତିଙ୍କ ଛାଡପତ୍ର ଘୋଷଣା କରିଛନ୍ତି ଏବଂ ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି। ଏହାର କିଛି ସମୟ ପରେ ଏ.ଆର. ରେହମାନ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭାବପ୍ରବଣ ନୋଟ୍ ଶେୟାର କରି ଏହାକୁ ନିଶ୍ଚିତ କରିଛନ୍ତି।

ସାୟରା ବାନୁଙ୍କ ଓକିଲ ଲେଖିଛନ୍ତି ଯେ, ‘‘ବିବାହର ବହୁ ବର୍ଷ ପରେ ସାୟରା ଏବଂ ତାଙ୍କ ସ୍ୱାମୀ ଏ.ଆର. ରେହମାନ ପରସ୍ପରଠାରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ସମ୍ପର୍କରେ ଭାବଗତ ତିକ୍ତତା ପରେ ଏହି ନିଷ୍ପତ୍ତି ଆସିଛି। ପରସ୍ପର ପ୍ରତି ସେମାନଙ୍କର ଗଭୀର ପ୍ରେମ ସତ୍ବେ, ଦମ୍ପତି ଜାଣିବାକୁ ପାଇଲେ ଯେ, ଚାପ ଏବଂ ସମସ୍ୟା ସେମାନଙ୍କ ମଧ୍ୟରେ ଏଭଳି ଏକ ଖାଲ ସୃଷ୍ଟି କରିଛି, ଯାହାକୁ ଭରିବାକୁ ଏହି ସମୟରେ କେହି ବି ସକ୍ଷମ ନୁହେଁ।’’

Leave A Reply

Your email address will not be published.