ତୱାଙ୍ଗରେ ଚୀନ ସେନାର ମନମାନୀ: ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ନୂଆଦିଲ୍ଲୀ(ଆମ ଟିଭି): ପୁଣି ଏଲଏସିରେ ଚୀନର ମମମାନୀ । ପୁଣି ଅରୁଣାଚଳପ୍ରଦେଶରେ ପଶିବାକୁ ଚେଷ୍ଟା କରୁଛି ଡ୍ରାଗନ ସେବା । ତୱାଙ୍ଗରେ ଭାରତ-ଚୀନ ବିବାଦ ଉପରେ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ତିନି ସେନାର ମୁଖ୍ୟ, ସିଡିଏସ ଜେନେରାଲ ଅନୀଲ ଚୌହ୍ୱାନ ଉପସ୍ଥିତ ରହିବେ । ସେହିପରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବୈଦେଶିକ ସଚିବ ମଧ୍ୟ ଉପସ୍ଥିତ ରହିବେ ।
ସୂଚନା ଅନୁସାରେ-ଗତ ୯ ତାରିଖରେ ଏହି ଘଟଣା ଘଟିଥିଲା । ମୁହାଁମୁହିଁ କାରଣରୁ ଏକାଧିକ ଯବାନ ଆହତ ହୋଇଛନ୍ତି । ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍ ୯ ତାରିଖ ଆସି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ । ଏହାର ମୁକାବିିଲା କରିଥିଲେ ଉପସ୍ଥିତ ଥିବା ଭାରତୀୟ ଯବାନ । ଏହି ଘଟଣାରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି । ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ୨୦୨୦ ଗଲୱାନ ଘାଟି ଘଟଣା ପରେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଚୀନର ୪୫ ଜଣ ଯବାନ ନିହତ ହୋଇଥିଲେ । ଭାରତ ପକ୍ଷରୁ ମଧ୍ୟ ୨୦ ଯବାନ ସହିଦ ହୋଇଥିଲେ ।